ଯାଜପୁର: ଯାଜପୁର ରୋଡ ବନ ବିଭାଗ ରେଞ୍ଜ ପକ୍ଷରୁ ସାପଗଡିଆ ସ୍ଥିତ ପଡିଆରେ ଏକ ପେଡ ମାଆ କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ
Jajapur, Jajpur | Sep 17, 2025 ଯାଜପୁର ରୋଡ ବନ ବିଭାଗ ରେଞ୍ଜ ପକ୍ଷରୁ ସାପଗଡିଆ ସ୍ଥିତ ପଡିଆରେ ଏକ ପେଡ ମାଆ କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଆଜି ବନ ବିଭାଗ ରେଞ୍ଜର ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ ଅତିଥିଭାବେ ଯୋଗଦେଇ ବୃକ୍ଷ ରୋପଣ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ବିଶେଷ ଭାବରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ଉତ୍ସାହିତ ଭାବେ ପାଳ କରିବା ପାଇଁ ସାରା ରାଜ୍ୟରେ ବିଭିନ୍ନ ବିଭାଗ ଓ ଅନୁଷ୍ଠାନ ପକ୍ଷରୁ ଗଛ ଲଗା ଯାଇଛି l