ବୌଦ୍ଧ ସଦର: କୋଇଲି ସୁତା ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧାଙ୍କ ମୃତ୍ୟ
ସୋମବାର ଦିନ ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋଇଲି ସୁତା ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧାଙ୍କ ମୃତ୍ୟୁ ହୋଇ ଯାଇଛି l ମିଳିଥିବା ସୂଚନା ଅନୁଯାୟୀ କୋଇଲି ସୁତା ଗ୍ରାମରେ ବିଦ୍ୟୁତ୍ ତାର ଲମ୍ବାଇ ପମ୍ପ ଯୋଗେ ବିଲକୁ ପାଣି ମଡ଼ା ଯାଉଥିବା ବେଳେ କୌଣସି ଅସାବଧାନତା ବଶତଃ 65 ବର୍ଷୀୟ ବୃଦ୍ଧା ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ l ତାଙ୍କର ଡାହାଣ ଗୋଡ ପୋଡ଼ି ଯାଇଥିଲା ଓ ସେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି l