କୋରାପୁଟ ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ଶିଶୁ ଦିବସ ଅବସରରେ ଦୁଇ ଦିନିଆ ଶିଶୁ ଶିବିର କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଶୁକ୍ରବାର ପ୍ରାତଃ ଅଧିବେଶନରେ କୋରାପୁଟ ପୌର ପରିଷଦ ନିର୍ବାହୀ ଅଧିକାରୀ ଜ୍ଞାନଜିତ୍ ତ୍ରିପାଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା, ଶୃଙ୍ଖଳା ଏବଂ ଆଧ୍ୟାତ୍ମିକତାର ତ୍ରିବେଣୀ ସଙ୍ଗମ ଶିଶୁ ମନ୍ଦିର ଅଟେ ବୋଲି ମତବ୍ୟକ୍ତ କରିଥିଲେ। ପରେ ଉଦଯାପନୀ କାର୍ଯ୍ୟକ୍ରମରେ ଶୁକ୍ରବାର ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ସୁଜିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଶିଶୁ ମନ୍ଦିରର ଶିକ୍ଷା ପ୍ରଣାଳୀକୁ ପ୍ରଶଂସା କରିଥିଲେ।