ନନ୍ଦପୁର ଥାନା ଅନ୍ତର୍ଗତ ମାଝୀପୁଟ ଗ୍ରାମର ଜଣେ ନାବାଳକର ଝୁଲନ୍ତା ମୃତ ଦେହକୁ ନେଇ ଚର୍ଚ୍ଚା
କୋରାପୁଟ ଜିଲ୍ଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ନନ୍ଦପୁର ଜଣେ ନାବାଳକ ଅପମୃତ୍ୟୁ ମାମଲାକୁ ନେଇ ପୋଲିସ ଓ ଜନ ସାଧାରଣଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ନନ୍ଦପୁର ଥାନା ଅଧୀନ ଖୁର୍ଜୀ ପଞ୍ଚାୟତର ମାଝୀପୁଟ ଗ୍ରାମର କାଜୁ ବାଡ଼ରେ ଜଣେ ୧୭ ବର୍ଷୀୟ ନାବାଳକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ମୃତକ ନାବାଳକ ଜଣକ ମାଝୀପୁଟ ଗ୍ରାମର ଶୁକ୍ରା ଖିନବୁଡ଼ିଙ୍କ ପୁଅ କୁନୁ ଖିନବୁଡି ବୋଲି ପରିଚୟ ମିଳିଛି। ନନ୍ଦପୁର ପୋଲିସ ଏଏସଆଇ ଗୁପ୍ତେଶ୍ୱର ଗୌଡ ଓ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି। ପିତା ଶୁକ୍ରା ପୁଅ ବିଭିନ୍ନ ନିଶା ସେବନ କରି ମାନସିକ ଅସୁସ୍ଥ ଥିଲେ। ସେ ସୋମବାର ରାତ୍ରିରୁ ଘରକୁ ଆସିନଥିଲେ ବୋଲି ଥାନାରେ ଏତଲା ଦେଇ ଘଟଣାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।