ନୂଆପଡା: ଖରିଆର ରୋଡ଼ରେ ଜୋଙ୍କ ପୋଲିସ ଦ୍ୱାରା ଆଜି ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଜଣ ଗିରଫ
ନୂଆପଡା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଖରିଆର ରୋଡରେ ଆଜି ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ଠାରୁ ୯ କିଲୋ ୮୬୮ ଗ୍ରାମ ଗଞ୍ଜେଇ ଜବତ କରିଛି।ଏହା ସହ ଦୁଇଟି ମୋବାଇଲ ଫୋନ , ଦୁଇଟି ଏୟାର ବ୍ୟାଗ ଏବଂ ନଗଦ ୫୦୦୦ ଟଙ୍କା ଜବତ କରିଛି। ଦୁଇ ଅଭିଯୁକ୍ତ ହେଲେ ଭାଲୁ ପ୍ରଧାନ ଏବଂ ଟୁଲୁ ଦଳେଇ। ଦୁଇ ଅଭିଯୁକ୍ତଙ୍କ ଘର ଗଞ୍ଜାମ ଜିଲ୍ଲା ବୋଲି ଜଣା ପଡ଼ିଛି। ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏ ବାବଦରେ ଆଜି ଜୋଙ୍କ ଥାନା ଅଧିକାରୀ ସନ୍ଧ୍ୟା ୬ ଟା ସମୟରେ ସୂଚନା ଦେଇଛନ୍ତି।