ମହାନଦୀ ଟ୍ରିବ୍ୟୁନାଲ ଟିମ ଆଜି ଏରିଆଲ ସର୍ଭେ କରିଛନ୍ତି l ମିଳିଥିବା ସୂଚନା ଅନୁସାରେ ଶନିବାର ଦିନ ପ୍ରାୟ 3 ଟା ସମୟରେ ମହାନଦୀ ଟ୍ରିବ୍ୟୁନାଲ ଟିମ ଆଜି ହୀରାକୁଦ, ସମେତ ଏହାର କମାଣ୍ଡ ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତି ପରଖି ଥିଲେ l ଏହି ଟିମ ଛତିଶଗଡ ଓ ଓଡିଶା ଦେଇ ବହିଯାଇଥିବା ମହାନଦୀ ର ସର୍ଭେ କରିଥିଲେ l ଏହାପରେ ଏହି ଟିମ ଆଜି ଭୁବନେଶ୍ୱର ଗସ୍ତ କରିଥିଲେ l