ଗୋବିନ୍ଦପୁର: ତାଲଡିହି ଠାରେ ପ୍ରେମିକାକୁ ଭିଡିଓ କଲରେ ରଖି ଆତ୍ମହତ୍ୟା କରିଥିବା ଯୁବକଙ୍କୁ ନ୍ୟାୟ ପାଇଁ ଦାବି କଲେ ପରିବାର ଲୋକ
ଗତ ୩ ତାରିଖ ରାତିରେ ତାଲଡିହି ଗ୍ରାମ ର ଜଣେ ଯୁବକ ନିଜ ପ୍ରେମିକା ଙ୍କୁ ଭିଡିଓ କଲ ରେ ରଖି ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ବର୍ତ୍ତମାନ ଆତ୍ମହତ୍ୟା ସମୟର ଭିଡ଼ିଓ ବିଭିନ୍ନ ସାମାଜିକ ଗଣମାଧ୍ୟମ ରେ ଭାଇରାଲ ହେବାରେ ଲାଗିଛି। ହେଲେ ଉକ୍ତ ଘଟଣା ର ଯାଞ୍ଚ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ପାଇଁ ପରିବାର ଲୋକ ମଙ୍ଗଳବାର ଗଣମାଧ୍ୟମ ସମ୍ମୁଖରେ ଦାବି ଜଣାଇଛନ୍ତି।