କୁତ୍ରା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୋଷ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଆଜି ୬୩ ତମ ବାର୍ଷିକ ଉତ୍ସବ ସହ ୨୦୨୫-୨୬ ଶିକ୍ଷା ବର୍ଷ ର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ପାଳିତ ହୋଇ ଯାଇଛି। ଏଥିନିମନ୍ତେ ଆୟୋଜିତ ସଭାରେ କୁତ୍ରା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଗୋପୀନାଥ ଖାଖା ମୂଖ୍ୟ ଅତିଥି, ସମ୍ମାନିତ ଅତିଥି ରୂପେ କୁତ୍ରା ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅନନ୍ତ କୁମାର ନାଏକ, କୁତ୍ରା ତହସିଲଦାର ଶାଶ୍ୱତ ରଞ୍ଜନ ଦାସ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କୁତ୍ରା ବିନି ରାଣୀ ସୋରେନ, ଜ୍ଞାନପାଲି ସରପଞ୍ଚ କମଳା କୁଜୁର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।