ପାଲଲହଡା: ପାଳଲହଡ଼ାରେ ନୂଆ ITI କେନ୍ଦ୍ରର ଭିତ୍ତିପ୍ରସ୍ତର: ଖର୍ଚ୍ଚ ହେବ 15 କୋଟି
ପାଳଲହଡ଼ା ବ୍ଲକ୍ କାଇଁଶିରିପାଲିରେ ନୂତନ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ITI)ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସାଂସଦ ରୁଦ୍ର ନାରାୟଣ ପାଣି ଓ ବିଧାୟକ ଅଶୋକ ମହାନ୍ତି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ୧୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଅନୁଷ୍ଠାନ ଯୁବପିଢ଼ିଙ୍କ ଦକ୍ଷତା ବିକାଶରେ ସହାୟକ ହେବ।