ଭଦ୍ରକ ଗ୍ରାମାଞ୍ଚଳ: ଧାମନଗର ଛକରେ ବିଦ୍ୟୁତ ତାର ଚୋରି କରୁଥିବା ବେଳେ ଦୁଇଜଣଙ୍କୁ କାବୁ କଲେ ଗ୍ରାମବାସୀ
ଧାମନଗର ଛକରେ ବିଦ୍ୟୁତ ତାର ଚୋରି କରୁଥିବା ବେଳେ ଦୁଇଜଣଙ୍କୁ କାବୁ କଲେ ଗ୍ରାମବାସୀ । ବୁଧବାର ମଧ୍ୟାହ୍ନ ୧୨ଟାରେ ପୋଲିସର ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ସଂଘ ବଦ୍ଧ ହୋଇ ବିଦ୍ୟୁତ ତାର ଚୋରି କରୁଥିବା ବେଳେ ଦୁଇ ଜଣ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ. ଅନ୍ୟ 6 ଜଣ ଫେରାର ହୋଇଗଲେ.ଏଭଳି ଘଟଣା ଘଟିଛି ଧାମନଗର ଛକରେ. ଏଠାରେ ଗତକାଲି ବିଳମ୍ବିତ ରାତ୍ରିରେ ପ୍ରାୟ 8 ଜଣ ଦୁର୍ବୃତ୍ତ ସଙ୍ଘ ବଦ୍ଧ ହୋଇ ଗୋଟିଏ କାରରେ ଆସି 33 କେଭି ତାରକୁ କାଟି ଚୋରି କରୁଥିଲେ.