ଆସିକା: ସୁବଳୟା ପଞ୍ଚାୟତ ରେ ବହୁ ପ୍ରକଳ୍ପ ର ଭିତ୍ତିପ୍ରସ୍ତରସ୍ଥାପନ,ଲୋକ ଙ୍କ ପାଖରେ ବିଧାୟକ ଓ ବ୍ଲକ ଅଧ୍ୟକ୍ଷ ଅଜାଡିଦେଲେ ବହୁ ଉନ୍ନୟନ ପ୍ରକଳ୍ପ
Asika, Ganjam | Oct 5, 2025 ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀ କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ରେ ଶୁଭ ଦିଆଗଲା ବହୁ ଉନ୍ନୟନ ପ୍ରକଳ୍ପ l ଲୋକ ଙ୍କ ବହୁ ଦିନର ଦାବୀ ହେଲା ପୁରଣ l କୁମାର ପୂର୍ଣ୍ଣମା ପୂର୍ବରୁ ମାଳ ମାଳ ପ୍ରକଳ୍ପ ଲୋକଙ୍କୁ ଭେଟି ଦେଲେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଏବଂ କବିସୂର୍ଯ୍ୟନଗର ଭାରପ୍ରାପ୍ତ ବ୍ଲକ ଅଧକ୍ଷ ବୀରେନ୍ଦ୍ର ଖଟେଇ l ଆଜି ସୁବଳୟା ପଞ୍ଚାୟତ କାର୍ଯ୍ୟାଳୟ ରୁ ଶହ ଶହ କର୍ମୀ ଏବଂ ଗ୍ରାମବାସୀ ବିରାଟ ବାଇକ ରାଲି ରେ ମଠ ତେନ୍ତୁଳିଆ ଗ୍ରାମରେ ପହଞ୍ଚି ଶୋଭାଯାତ୍ରା କରି ଗାଁ ମଝିରେ ଏକ ସଭା ଅନୁଷ୍ଠିତ ହୋଇଥିଲା l