ଦେବଗଡ଼ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଆଜି ଷଷ୍ଠ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଆଜି ଦିନ ୧୦ ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ଗୌଡ଼ କାର୍ୟ୍ୟକ୍ରମକୁ ଉଦଘାଟନ କରିବା ସହ କାର୍ୟ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରାଇଥିଲେ।ବୈଠକର ପ୍ରଥମ ପର୍ୟ୍ୟାୟରେ ବରିଷ୍ଠ ପ୍ରଶିକ୍ଷିକା ନିବେଦିତା ବେହେରା ପୂର୍ବ ମାସିକ ବୈଠକ ବିଷୟ ବସ୍ତୁର ଆଲୋଚନା କରିବା ସହ ଶିଶୁ ବାଟିକା, ପ୍ରଥମ, ଦ୍ଵିତୀୟ, ତୃତୀୟ ଶ୍ରେଣୀର ଡିସେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର ସମ୍ପର୍କ ରେ ଆଲୋକପାତ କରାଇଥିଲେ।