ସୁନ୍ଦରଗଡ ସହର: ରାବଣ ଡିହି ଜରାଶ୍ରମ ପରିଦର୍ଶନ କଲେ ସଦର ଏସଡିପିଓ, ଆଶ୍ରମ ଅନ୍ତେବାସୀଙ୍କୁ କଲେ ସଚେତନ
ଆଜି ଆଅକ୍ଟୋବର 22 ତାରିଖ ବୁଧବାର ପୂର୍ବାହ୍ନ 10 ଟା ପାଖାପାଖି ସମୟରେ ସଦର ଏସ ଡି ପି ଓ ନିର୍ମଳ ମହାପାତ୍ର ରାବଣ ଡିହି ଜରାଶ୍ରମ ପରିଦର୍ଶନ କରିବା ସହ ଅନ୍ତେବାସୀଙ୍କ ସମସ୍ୟା ବୁଝିଥିଲେ। ଏହି ଅବସରରେ ସେ ସେମାନଙ୍କୁ ବର୍ତମାନର ସବୁଠୁ ଚିନ୍ତାର ବିଷୟ ହୋଇଥିବା ସାଇବର ଅପରାଧ ସଂପର୍କରେ ସେମାନଙ୍କୁ ସଚେତନ କରିଥଲେ। ସଦର ଏସ ଡି ପି ଓ ଙ୍କ ନିର୍ଦ୍ଦେଶର ଧରୁଆ ଡିହି ପୋଲିସ ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଥଲେ।