ସାଲେପୁର: ସାଲେପୁର ନିର୍ବାଚନ ମଣ୍ଡଳୀର ମିର୍ଜାପୁର ପଞ୍ଚାୟତ ରେକଂଗ୍ରେସ ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ
କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀର ମିର୍ଜାପୁର ପଞ୍ଚାୟତ ରେ ସୋମବାର ସଂଧ୍ୟାରେ କଂଗ୍ରେସ ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ପଞ୍ଚାୟତ ର ଅନେକ ବିଜେପି ଓ ବିଜେଡି କର୍ମୀ ମାନେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଆକ୍ୟୁଵ୍ ଖାଁ ଉପରେ ଭରସା କରି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ସମସ୍ତଙ୍କୁ ସ୍ବାଗତ କରିବା ସହ କଂଗ୍ରେସ ଦଳକୁ ଆହୁରି ସୁଦୃଢ କରିବା ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ।ତାଙ୍କର ଏହି ଯୋଗ ଦାନରେ ଆମ କଂଗ୍ରେସ ଦଳ ଆହୁରି ସୁଦୃଢ ହେବ ବୋଲି ପ୍ରକାଶ କରିଥିଲେ ।