କୋରାପୁଟ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାବୁଗେନୁ ବଳିଦାନ ଦିବସ ଅବସରରେ ସ୍ୱଦେଶୀ ସପ୍ତାହ ପାଳିତ ହୋଇଯାଇଛି । ଗତ ୬ ତାରିଖ ସୌର୍ଯ୍ୟ ଦିବସରୁ ଆରମ୍ଭ ହୋଇଥିବା ସ୍ୱଦେଶୀ ସପ୍ତାହ ଅବସରରେ ବିଦ୍ୟାଳୟରେ ସ୍ୱଦେଶୀ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ଉଦଯାପନୀ ଦିବସରେ ସ୍ବଦେଶୀ ଜାଗରଣ ମଞ୍ଚର ବରିଷ୍ଠ କର୍ମ କର୍ତ୍ତା ରବି ନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।