ଲକ୍ଷ୍ମୀପୁର: ଦଶମନ୍ତପୁର କୃଷି କାର୍ଯ୍ୟାଳୟ ଠାରେ କୃଷି ବିଭାଗ ପକ୍ଷରୁ ୪୦ ଜଣ ମାଛ ଚାଷୀ ଙ୍କୁ ତାଲିମ୍ ସହ ମାଛ ଯାଆଁଳା ପ୍ରଦାନ
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ରେ କୃଷି କାର୍ଯ୍ୟାଳୟ ଠାରେ ଆଜି ମାଛ ଚାଷୀ ମାନଙ୍କୁ ନେଇ ତାଲିମ୍ ପ୍ରଦାନ କରିବା ସହିତ ମାଛ ଯାଆଁଳା ପ୍ରଦାନ କରାଯାଇଛି। ବ୍ଲକ ସହକାରୀ କୃଷି ଅଧିକାରୀ ଜ୍ଞାନ ରଂଜନ ସାହୁ ଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ନାରାୟଣ ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୋଟ ୪୦ ଜଣ ମାଛ ଚାଷୀ ଙ୍କୁ ମାଛ ଯାଆଁଳା ପ୍ରଦାନ କରିଥିଲେ।