ଗଡ଼ପୋଷ ଛକ ବିଜୁ ଏକ୍ସପ୍ରେସ ୱେ ଠାରେ ଦୁର୍ଘଟଣା ଘଟି ଜଣେ ଗୁରୁତର ହୋଇଛନ୍ତି। କଟଙ୍ଗଝରିଆ ଗ୍ରାମର ଅରୁଣ ତିର୍କୀ(୬୦) ନିଜ ଗାଁ କୁ ବାଇକ ଯୋଗେ ଫେରୁଥିବା ବେଳେ ସୁନ୍ଦରଗଡ଼ ଆଡକୁ ଯାଉଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା। ଫଳରେ ଅରୁଣ ଛିଟିକି ପଡ଼ି ଆହତ ହୋଇ ଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କୁତ୍ରା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ଆଣି ଥିଲେ। ସେ ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାଉରକେଲା କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।