ଦେବଗଡ ଜିଲ୍ଲାରେ ହୋଇଥିବା ତୃଟିପୂର୍ଣ୍ଣ ହାଇଟେକ ସର୍ଭେକୁ ସମ୍ପୁର୍ଣ୍ଣ ରଦ୍ଦ କରିବା ପାଇଁ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ବିଧାନସଭାରେ ଦାବି ଉଠାଇବା ସହିତ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । କେବେ ସୁଦ୍ଧା ଏହାକୁ ସମ୍ପୁର୍ଣ୍ଣ ରଦ୍ଦ କରି ଦେବଗଡ ବାସୀଙ୍କୁ ନ୍ୟାୟ ପ୍ରଦାନ କରାଯିବ ଏବଂ ଏହା ଉପରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସରକାର କଣ ସବୁ ପଦକ୍ଷେପ ନେଉଛନ୍ତି ବୋଲି ବିଧାୟକ ପ୍ରଶ୍ନ କରିଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏହାର ଲିଖିତ ଉତର ଦେଇଛନ୍ତି ।