କୋରାପୁଟ ସହର: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ,କୋରାପୁଟ ଜିଲ୍ଲାରେ ଲାଗିଲା ୭ଲକ୍ଷ ୪୦ ହଜାର
କୋରାପୁଟ ବନଖଣ୍ଡର ତତ୍ୱାବଧାନରେ ସ୍ଥାନୀୟ ଏସଓଜି ପରିସର ମଧ୍ୟରେ ମାଁ ପାଇଁ ଗଛଟିଏ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜି ଦିନ ୧୨ଘଣ୍ଟା ସମୟରେ କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାରେ କିଭଳି ବହୁଳ ଭାବରେ ବୃକ୍ଷରୋପଣ କରିଯିବ ଏବଂ ଜଣେ ଜଣେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବେ ସେନେଇ ଆଲୋକପାତ କରିଥିଲେ l ଏସଓଜି ପରିସରରେ ବିଧାୟକ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।