ବେତନଟୀ ଥାନା ଖଡ଼ିଶୋଳ ପଞ୍ଚାୟତ ଅଧୀନ କଲୋନୀସାହି ଠାରେ କେକେ ଷ୍ଟାର ଯୁବକସଂଘ ଆନୁକୂଲ୍ୟରେ ଆୟୋଜିତ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟର ଉଦଯାପନୀ ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅବସରରେ ସୋମବାର ଅପରାହ୍ନ ପାଞ୍ଚଟାରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମାବ୍ୟବର ବାରିପଦା ସଦର ବିଧାୟକ ପ୍ରକାଶ ସୋରେନ l ଆୟୋଜକ ଯୁବକସଂଘର ସଭାପତି ରତିକାନ୍ତ ପ୍ରଧାନ ଏବଂ ସମ୍ପାଦକ ମିହିର କୁମାର ମହାନ୍ତଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l