କଟକ ପୌରାଞ୍ଚଳ: ସିଡିଏ ସେକ୍ଟର ୬ ରୁ ୧୮ ଲକ୍ଷ ଟଙ୍କାର ହିରୋଇନ୍ ସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗର ଷ୍ଟେଟ ଫ୍ଲାଇଙ୍ଗ ସ୍କୁଆଡ
କଟକ ସିଡିଏ ସେକ୍ଟର ୬ ନିକଟରୁ ୧୮୨ ଗ୍ରାମ ହିରୋଇନ୍ ସହିତ ଜଣକୁ ଗିରଫ କରିଛି ଅବକାରୀ ବିଭାଗର ଷ୍ଟେଟ ଫ୍ଲାଇଙ୍ଗ ସ୍କୁଆଡ। ଜବତ ହିରୋଇନର ଆନୁମାନିକ ମୂଲ୍ୟ ୧୮ ଲକ୍ଷ ୨୦ ହଜାର ଟଙ୍କା ହେବ। ଗିରଫ ବେପାରୀ ଜଣକ ହେଲା ସିଶନ ବିଶ୍ବାଳ। ବୁଧବାର ସନ୍ଧ୍ୟା ୬ ଟା ସମୟରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ତା ନିକଟରୁ ଗୋଟିଏ ବାଇକ ଓ ଦୁଇଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି।