ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଦଧିସିଙ୍ଗା ଗ୍ରାମ ଠାରେ ୮ ଟି ମଣ୍ଡପରେ ପୂଜା ପାଉଛନ୍ତି ମା ଧନଦାତ୍ରୀ, ଆସନ୍ତା କାଲି ମହାପୂଜା
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଦଧିସିଙ୍ଗା ଗ୍ରାମ ଠାରେ ୮ ଟି ମଣ୍ଡପରେ ପୂଜା ପାଉଛନ୍ତି ମା ଧନଦାତ୍ରୀ ମହାଲକ୍ଷ୍ମୀ। ଆଜି ତା ୮।୧୦ ରିଖ ସନ୍ଧ୍ୟା ୭ ଘଣ୍ଟା ଠାରୁ ବିଭିନ୍ନ ପୂଜା କମିଟି ଓ ଗ୍ରାମ ବାସୀ ମାନେ ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହିତ ପୂଜା କରୁଛନ୍ତି। ଗ୍ରାମର ଦେଶକୋଠ ସାହି, ମହାବୀର ସାହି, ଗୋପବନ୍ଧୁ ସାହି, ନୂଆ ସାହି, କୁମ୍ଭାର ସାହି, ମାହାନ୍ତି ସାହି, ଶବର ସାହି ଓ ଗଙ୍ଗା ରଣା ମେଢ଼ ଆକର୍ଷଣୀୟ ସାଜସଜ୍ଜା ମଧ୍ୟରେ ପୂଜା ଚାଲିଛି। ଆସନ୍ତା କାଲି ମହାପୂଜା ଅନୁଷ୍ଠିତ ହେବ । ଶନିବାର ଓ ରବିବାର ଦିନ ମେଲଣ ମହୋତ୍ସବ ଅନୁଷ୍ଠିତ ହେବ।