ଆସନ୍ତା ୩ ଓ ୪ ତାରିଖ ରେ ଫଗୁଣ ପୁର୍ଣିମା ଓ ରଙ୍ଗର ପର୍ବ ହୋଲି ଅବସରରେ ହୀରାକୁଦ ସ୍ଥିତ କଳ୍ପତରୁ ଆଶ୍ରମରେ ବିଜୁ ଜନତାଦଲ, ସମ୍ବଲପୁର ମହାନଗର ପକ୍ଷରୁ ଯୁବନେତା ବିକାଶ ଖାତି ଙ୍କ ସହଯୋଗରେ ଏହି ପର୍ବ ପାଳନ କରାଯାଇଛି l ଏହି ଅବସରରେ ହୋଲି ଉତ୍ସବ ପାଳନ କରିବା ପାଇଁ ବିଭିନ୍ନ ରଙ୍ଗ,ପିଚକାରୀ, ଫଗୁ ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l ଏହି ଅବସରରେ ବିଜେଡି ନେତା ସତେନ୍ଦ୍ର ଦାଶ, ଦୁଲାଲ ରାୟ, ପ୍ରହଲ୍ଲାଦ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ l