ମୋରଡା: କୋହି ଗ୍ରାମରେ ସାମ୍ବାଦିକ ବୋଲି ପରିଚୟ ଦେଇ ଦାଦାବଟି ମାଗିବାକୁ କେନ୍ଦ୍ରକରି ଗଣ୍ଡଗୋଳ, ମାରପିଟ ମାମଲାରେ ଯୁବକଙ୍କୁ ଗିରଫ କଲା ମୋରଡା ପୁଲିସ
ମୋରଡା ଥାନା ଅଧୀନ କୋହି ପଞ୍ଚାୟତ ତଥା ସେହି ଗ୍ରାମର ସ୍ବର୍ଗତ ଚିତ୍ତରଞ୍ଜନ ବେହେରାଙ୍କ ପୁଅ ଜ୍ଞାନରଞ୍ଜନ ବେହେରା ନିଜକୁ ଜଣେ ସାମ୍ବାଦିକ ବୋଲି ପରିଚୟ ଦେଇ ଉକ୍ତ ଗ୍ରାମର ସ୍ବାଧୀନ ବେହେରାଙ୍କୁ ୫ହଜାର ଟଙ୍କା ଦାଦାବଟି ମାଗିବାକୁ କେନ୍ଦ୍ର କରି ଉପୁଜିଥିବା ବଚଶା କ୍ରମଶଃ ଉଗ୍ରରୂପ ଧାରଣ କରିଥିବା ବେଳେ ଏହାକୁ ନେଇ ଥାନାରେ ରୁଜହୋଇଥିବା ମାମଲା ଆଧାରେ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଉଥିବା ଜ୍ଞାରଞ୍ଜନ ବେହେରାକୁ ଗିରଫ କରାଯାଇଛି l