ବୌଦ୍ଧ ସଦର: ବୁରକଟା ଛକ ନିକଟରେ ଅଟୋ ଓ କାର ମଧ୍ୟରେ ଧକ୍କା, ଅଟୋ ଚାଳକ ଆହତ
ମଙ୍ଗଳବାର ସକାଳ 6 ଘଣ୍ଟା ସମୟରେ ବୌଦ୍ଧ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୫୭ ର ବୁରକଟା ଛକ ନିକଟରେ ଏକ କାର ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋ ଡ୍ରାଇଭର ଆହତ ହୋଇଥିବା ଜଣା ପଡିଛି। ସୂଚନାମତେ ଆଜି ଭୋର 4 ଘଣ୍ଟା ସମୟରେ ବୌଦ୍ଧ ପଟୁ ବାଉଁଶୁଣି ଗ୍ରାମର ସଂଜୀବ ମେହେର ନିଜ ଅଟୋ ଯୋଗେ ନିଜ ଘରକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର ଧକ୍କା ଦେଇଥିଲା। ଫଳରେ ଶ୍ରୀ ମେହେରଙ୍କ ମୁହଁରେ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକ 108 କୁ ଖବର ଦେଇଥିଲେ। ତାଙ୍କୁ ବୌଦ୍ଧ ମେଡିକାଲକୁ ନିଆ ଯାଇଥିଲା।