ଆଜି ସକାଳେ କଣ୍ଟିଆମୁରା ଠାରେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ ଯୁବକ ଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ରାତି ସାଢେ ନଅଟା ରେ ସାହାଜବାହାଲ ନିକଟରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି।ସାହାଜବାହାଲ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣ ବାଇକ ଚାଳକ ସାହାଜବାହାଲ ଗ୍ରାମ ର ଆଶିଷ ଗୁଡିଆ (୨୪)ଓ ବିରଙ୍ଗାପଡା ଗ୍ରାମର ଅରବିନ୍ଦ କିରୋ (୨୮) ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।