ଯାଜପୁର: ଭାଲୁକାହୁଡ଼ି ସ୍ଥିତ ରେଙ୍ଗାଲି କେନାଲରେ ପଡି ନାବାଳକ ମୃତ ଘଟଣା,ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ତଦନ୍ତ ଆରମ୍ଭ କଲା ପୋଲିସ
Jajapur, Jajpur | Oct 22, 2025 ଭାଲୁକାହୁଡ଼ି ଆଦିବାସୀ ସାହି ସ୍ଥିତ ରେଙ୍ଗାଲି କେନାଲରେ ପଡି ନାବାଳକ ମୃତ ଘଟଣା,ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ତଦନ୍ତ ଆରମ୍ଭ କଲା ପୋଲିସ l ଗତକାଲି ଦାସିରାମ କିସ୍କୁଙ୍କ 4 ବର୍ଷର ପୁଅ ରେଙ୍ଗାଲି କେନାଲରେ ପଡି ମୃତ୍ୟୁ ବରଣ କରିଥିଳା l ଏହି ଘଟଣାକୁ ନେଇ ନାବାଳିକର ଦାଦା ନରହରୀ କିସ୍କୁ କୋରେଇ ଥାନାରେ ଏତେଲା ଦେଇଥିଲେ l ଏତେଲା ପାଇବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆଜି ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l