କଟକ ପୌରାଞ୍ଚଳ: କଟକରେ ବେଆଇନ ଖଣି ଚାଲାଣ: ୯ଟି ଗାଡ଼ି ଜବତ, ୨ ଲକ୍ଷରୁ ଅଧିକ ଜରିମାନା
କଟକ ଜିଲ୍ଲାରେ ବେଆଇନ ଖଣି ଚାଲାଣ ରୋକିବାକୁ ପ୍ରଶାସନର କାର୍ଯ୍ୟାନୁଷ୍ଠାନ। ୨୫ରୁ ୩୧ ଅକ୍ଟୋବର ମଧ୍ୟରେ ୯ଟି ଗାଡ଼ି ଜବତ ହେବା ସହ ୨,୦୧,୦୦୧ ଟଙ୍କା ଜରିମାନା ଆଦାୟ ହୋଇଛି। କଣ୍ଟାପଡ଼ା ତହସିଲରେ ସର୍ବାଧିକ ୩ଟି ଗାଡ଼ି ଜବତ ହୋଇଛି।