ତଲସରା: ବଡ଼ଗାଁ ବସଷ୍ଟାଣ୍ଡ ନିକଟରେ ଓଲଟିଲା ଆଇରନ ଓର ବୋଝେଇ ଟ୍ରକ ଜଣେ ଆହତ ଅଳ୍ପକେ ବର୍ତ୍ତିଲେ ଚାଳକ
ଆଜି ଅପରାହ୍ନରେ କୋଇଡ଼ା ଠାରୁ ଝାରସୁଗୁଡା ଯାଉଥିବା ଆଇରନ ଓର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ଉପରେ ତଥା ବଡ଼ଗାଁ ବସଷ୍ଟାଣ୍ଡ ନିକଟରେ ଓଲଟି ପଡିଥିଲା ଯାହା ଫଳରେ ଘଟଣାସ୍ଥଳରେ ଚାଲି ଚାଲି ଯାଉଥିବା ଏଟିଏମ୍ ସୁରକ୍ଷା କର୍ମୀ ପ୍ରଶାନ୍ତ କୁମାର ଷଣ୍ଢ ସାମାନ୍ୟ ଆହତ ହୋଇଛନ୍ତି। ତେବେ ଚାଳକ ବିରବଲ ଯାଦବ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବଡ଼ଗାଁ ଥାନା ଏଏସଆଇ ବିଜୟ କୁମାର କର ଘଟଣା ସ୍ଥଳରେ ପହଞ୍ଚି ଘଟଣା ଅଧିକ ତଦନ୍ତ ଜାରି ରହିଥିବା ପ୍ରକାଶ।