ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ୧୫ ରୁ ୧୮ ଜାନୁଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ତୃତୀୟ ରାଜ୍ୟ ଲନ ବଳ ପ୍ରତିଯୋଗିତା ୨୦୨୫–୨୬ ରେ ବଲାଙ୍ଗୀର ଜିଲ୍ଲା ବିଜେତା ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲା ଉପବିଜେତା ହୋଇଛି। ଉଦଯାପନୀ ଉତ୍ସବରେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଡ଼କ୍ଟର ବିଜୟାନନ୍ଦ ସେଠି, ଉପ ଜିଲ୍ଲାପାଳ ଆଲୋକ କୁମାର ପଟେଲ ଏବଂ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ବଲାଙ୍ଗୀରକୁ କ୍ରୀଡ଼ାର ହବ କରିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ଅତିଥିମାନେ କହିଥିଲେ। ନୂତନ ଲନ ବଳ କୋର୍ଟ ଦେଖି ସେମାନେ