ନୂଆଗାଁ: ଜରଡା ଠାରେ ହରିଶୟନ ଏକାଦଶୀ,ସୁରଙ୍ଗୀରେ ବାହୁଡା ଯାତ୍ରା ଅନୁଷ୍ଠିତ।ଉଭୟ ରଥଦାଣ୍ଡ ଜନ ସମୁଦ୍ର,ପୋଲିସ ସହ ବିଭିନ୍ନ ସଙ୍ଗଠନ ପକ୍ଷରୁ ନିୟନ୍ତ୍ରଣ
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଜରଡା ଶ୍ରୀ ପାର୍ଥ ସାରଥି କ୍ଷେତ୍ରରେ ଆଜି ପବିତ୍ର ବଡ଼ ଏକାଦଶୀରେ ପାର୍ଥ ସାରଥିଙ୍କ କ୍ଷେତ୍ରରେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିଥିବା ବେଳେ ସୁରଙ୍ଗୀ ଠାରେ ବାସି ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ପାତ୍ରପୁର ବ୍ଳକ ଜରଡ଼ା ପାର୍ଥ ସାରଥୀ ଧାମରେ ହରିଶୟନ ଏକାଦଶୀ ତଥା ବଡ଼ ଏକାଦଶୀ ଉପଲକ୍ଷେ ହଜାର ହଜାର ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିବା ପରିଲକ୍ଷିତ ହୋଇଛି।ରବିବାର ସକାଳୁ ବ୍ରହ୍ମ ମୂହୁର୍ତ୍ତ ଠାରୁ ସ୍ଥାନୀୟ ଅଞ୍ଚଳ,ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ସମାଗମ ଥିଲେ।