ଯାଜପୁର: ଯାଜପୁର ରୋଡ ଥାନା ଜଳକା ଗାଁରେ ଅଘଟଣ,ବିଷଧର ସାପ କାମୁଡ଼ାରେ ଯୁବକ ମୃତ୍ୟୁ, ପୋଲିସର ତଦନ୍ତ ଆରମ୍ଭ
Jajapur, Jajpur | Sep 22, 2025 ଯାଜପୁର ରୋଡ ଥାନା ଜଳକା ଗାଁରେ ଅଘଟଣ,ବିଷଧର ସାପ କାମୁଡ଼ାରେ ଯୁବକ ମୃତ୍ୟୁ, ପୋଲିସର ତଦନ୍ତ ଆରମ୍ଭ l ଜଳକା ଗାଁର ଦୈତାରୀ ରାଉତଙ୍କ ପୁଅ ସୁକାନ୍ତ ରାଉତ ଘରେ ଶୋଉଥିଲେ l ଭୋରୁ ଭୋରୁ ଏକ ବିଷଧର ସାପ ସୁକାନ୍ତ ଶୋଇଥିବା ଅବସ୍ଥାରେ କାମୁଡ଼େଇ ଚାଲିଯାଇଥିଲା l ଫଳରେ ସୁକାନ୍ତ ଚେତାଶୂନ୍ୟ ହେଇ ଯାଇଥିଲେ l ଏହାକୁ ଦେଖି ପରିବାର ଲୋକେ ସୁକାନ୍ତଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ l ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲାପରେ ମୃତ ଘୋଷଣା କରିଛନ୍ତି l ଯାଜପୁର ରୋଡ ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି