ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ଉପକଣ୍ଠ ଡାଳଭଙ୍ଗା ଛକରେ ଚାରିମାସ ପୂର୍ବରୁ ଏତଲା ଦେବାକୁ ଯାଉଥିବା ଜନୈକ ଯୁବକଙ୍କୁ ସଂଘବଦ୍ଧ ହୋଇ ମାରଣାସ୍ତ୍ରରେ ହାଣି ହତ୍ୟା ଉଦ୍ୟମ ଘଟଣାରେ ଫେରାର ତିନି ଅଭିଯୁକ୍ତ ସୋମବାର ବେତନଟୀ ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିବାପରେ ସେମାନଙ୍କର ଜାମିନ ଜାମିନ ନାମଞ୍ଜୁର କରାଯାଇଥିବା ବେଳେ ସୋମବାର ଅପରାହ୍ନ ପାଞ୍ଚଟାରେ ବାରିପଦାସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି l