ନବରଙ୍ଗପୁର ପୋଲିସ ଷ୍ଟେସନ: ବାରିଗୁଡା ଧାନ ଗୋଦାରେ ଲାଗିଲା ନିଆଁ
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ବାରିଗୁଡା ଗ୍ରାମର ବୋଲି ହରିଜନ ପ୍ରାୟ ତିନି ଏକର ଜମିରେ ଧାନ ଚାଷ କରିଥିଲେ । ତେବେ ଧାନ ଅମଳ ପରେ ଚାଷୀଙ୍କ ଧାନ ଖଳାରେ ରଖାଯାଇଥିଲା । ଆଜି ଧାନ ଗଦାରେ ନିଆଁ ଲାଗିଥିବା ଧାନ ମାଲିକ ଜାଣିବାକୁ ପାଇଥିଲେ । ଖବର ପାଇ ପାପୋଡାହାଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଅର୍ଦ୍ଧାଧିକ ଧାନ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।ଧାନ ଗଦାରେ କେମିତି ନିଆଁ ଲାଗିଲା ତାହା ଅସ୍ପଷ୍ଟ ଥିବାବେଳେ ବ୍ୟକ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି କୌଣସି ବ୍ୟକ୍ତି ବିଶେଷ ଧାନ ଗଦାରେ ନିଆଁ ଲଗେଇଥିବା ଅନୁମାନ ହେଉଛି l