ସଦର: ଭବାନୀପାଟଣା ଦର୍ପଣ ସାଗର ପଡା ଠାରେ ମହା କାର୍ତ୍ତିକ ପୂଜା ପାଇଁ କଳସ ଶୋଭା ଯାତ୍ରା ଅନୁଷ୍ଠିତ ।
କାର୍ତ୍ତିକ ପୁରାଣ ପାଇଁ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବୁଧବାର ସନ୍ଧ୍ୟା ୬ଟା ସମୟରେ ଦର୍ପଣ ସାଗର ପଡା ରୁ କଳସ ଶୋଭା ଯାତ୍ରା ବାହାରି ପୁରୁଷୋତ୍ତମ ସାଗର କୁ ପହଞ୍ଚି ପୂଜାର୍ଚ୍ଚନା ପରେ ପୁଣି ଦର୍ପଣ ସାଗର ପଡା ପୂଜା ମଣ୍ଡପ କୁ ଫେରିଥିଲେ । ଏହି କଳସ ଶୋଭା ଯାତ୍ରାରେ ଦର୍ପଣ ସାଗର ପଡା ସମେତ ଆଖପାଖ ଅଞ୍ଚଳର ଶହ ଶହ ମହିଳା, ପୁରୁଷ , ଯୁବକ ଯୁବତୀ ମାନେ ଏଥିରେ ସାମିଲ ହୋଇଥିଲେ ।