ତଲସରା: ଦାଣ୍ଡଜମିରା ଗ୍ରାମ ରେ ବିଜେଡ଼ି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ଦାଣ୍ଡଜମିରା ଗ୍ରାମ ରେ ଆଜି ବ୍ଳକ ସ୍ତରୀୟ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ ସଭ୍ୟ ଅମୀୟ କୁମାର ପ୍ରଧାନ ଙ୍କର ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡ଼ି ଜିଲ୍ଲା ସଭାପତି ଯୋଗେଶ ସିଂ ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି ରାଜ୍ୟ ସରକାରଙ୍କର ଅପାରଗତା ବିଷୟରେ ବଖାଣି ଥିଲେ। ସଭାକୁ ଅରୁଣ କୁମାର ଦୀକ୍ଷିତ ପରିଚାଳନା କରିଥିଲେ। ଶେଷରେ ସକ୍ରୀୟ କାର୍ଯ୍ୟକର୍ତ୍ତା କେଶବ କର୍ସେଲ ଧନ୍ୟବାଦ ଅର୍ପଣ କରିଥିଲେ।