ରାଉରକେଲା ସହରରେ ବେଆଇନ୍ ପାର୍କିଂକୁ ରୋକିବା, ଫୁଟପାଥ୍ ଗୁଡିକୁ ଖାଲି କରିବା ପାଇଁ ଆରଏମସି କମିଶନର ନିର୍ଦ୍ଦେଶ ଦେଇଥିବା ବେଳେ ଏନଫୋର୍ସମେଣ୍ଟ ଅଭିଯାନକୁ ମଧ୍ୟ ଜୋରଦାର୍ କରାଯାଇଛି। ଏହି କ୍ରମରେ ଗୁରୁବାର ପୂର୍ବାହ୍ନରେ ପାୱାର ହାଉସ୍ ରୋଡ୍ ଠାରୁ ମୁନିସିପାଲ କଲେଜ ପର୍ଯ୍ୟନ୍ତ ରାସ୍ତା କଡ଼ରେ ବେଆଇନ୍ ଭାବେ ପାର୍କିଂ ହୋଇଥିବା ଗାଡ଼ି ଗୁଡିକୁ ଆରଏମସି ଓ ଆରଟିଓ (ରାଉରକେଲା) ର ଅଧିକାରୀଙ୍କ ଉପସ୍ଥିତିରେ ହଟାଯିବା ସହ ଜରିମାନା ଆଦାୟ କରାଯାଇଥିଲା।