ନୂଆପଡା: ସେତୁବନ୍ଧ ଯୋଜନାରେ ମଞ୍ଜୁର ହେଲା ୨ଟୀ ବ୍ରିଜ, ଖଡ଼ିଆଳ ଟାରେ ବିଧାୟକଙ୍କ ସୂଚନା
ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ଦୁଇଟି ଆବଶ୍ୟକ ଥିବା ରାସ୍ତା ଲିଆଡ ଠାରୁ ମାନଝେର ରାସ୍ତା ଓ ଧରଣୀମାଲ ଠାରୁ କେକଡସର ରାସ୍ତା ସେତୁବନ୍ଧ ଯୋଜନାରେ ବ୍ରିଜ ନିର୍ମାଣ ପାଇଁ ସରକାର ମଞ୍ଜୁର କରିଛନ୍ତି । ଏହା ଦ୍ବାରା ଏହି ଦୁଇଟି ଅଞ୍ଚଳର ଗମନାଗମନ ଦିଗରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ। ବିଧାୟକଙ୍କ ଅନୁରୋଧକୁ ରକ୍ଷା କରି ଏହି ଦୁଇଟି ବ୍ରିଜ ମଞ୍ଜୁର କରିଥିବାରୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ସରକାରଙ୍କୁ ଧନ୍ୟବାଦ ବୋଲି ଆଜି ୩ ଟାରେ ଖଡ଼ିଆଳ ସୂଚନା ଦେଇଛନ୍ତି ବିଧାୟକ ଶ୍ରୀ ପାଣିଗ୍ରାହୀ।