ପଦ୍ମପୁର: ଅଞ୍ଚଳ ମହାବିଦ୍ୟାଳୟରେ ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡ୍ କ୍ରସ୍ ସ୍ୱେଚ୍ଛାସେବୀଙ୍କ ଅଧ୍ୟୟନ ତଥା ତାଲିମ ଶିବିର ଉଦ୍ଘାଟିତ
ଆଜି ଶୁକ୍ରବାର ଦିନ 11ଟା ସମୟରେ ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟରେ ପ୍ରଫେସର ଖଗେଶ୍ବର ଦାଶଙ୍କ ପୌରୋହିତ୍ୟରେ ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡ୍ କ୍ରସ୍ ସ୍ବେଚ୍ଛାସେବୀଙ୍କ ଅଧ୍ୟୟନ ତଥା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପଦ୍ମପୁର ବନଖଣ୍ଡ ଅଧିକାରୀ ଶ୍ରୀ ବିଭୂତି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରେଡ୍ କ୍ରସ୍ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ଉଦ୍ଘାଟନୀ ସଭାରେ ବୃକ୍ଷରୋପଣ, ତାର ସୁରକ୍ଷା ଓ ଉପକାରିତା ସମ୍ପର୍କରେ ସ୍ୱେଚ୍ଛାସେବୀମାନଙ୍କୁ ବକ୍ତବ୍ୟମାଧ୍ୟମରେ ଉତ୍ସାହିତ କରିଥିଲେ ।