ବରଗଡ: ବରଗଡ଼ ବିଧାୟକ ଜନସାଧାରଣଙ୍କ ସେବା ପାଇଁ ତାଙ୍କ ସୋସିଆଲ ମିଡ଼ିଆ ଏକାଉଣ୍ଟରେ ଦେଲେ ବଡ଼ ସୂଚନା
ବିଧାୟକଙ୍କ ବର୍ଦ୍ଧିତ ଦରମା ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ କିମ୍ବା ଜିଲ୍ଲାପାଳଙ୍କ ଜରିଆରେ ଲୋକଙ୍କ ସେବାରେ ଲଗାଇବେ ବୋଲି ଘୋଷଣା କରିଛନ୍ତି ବରଗଡ଼ ବିଧାୟକ ଶ୍ରୀ ଅଶ୍ବିନୀ ଷଡ଼ଙ୍ଗୀ । ବିଧାୟକ ଓ ମନ୍ତ୍ରୀ ମାନଙ୍କ ଦରମା ବୃଦ୍ଧି କରାଯାଇଥିବା ବେଳେ ଏନେଇ ରବିବାର ମଧ୍ୟାହ୍ନ ୧.୩୦ ମିନିଟ ସମୟରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଏହି ବର୍ଦ୍ଧିତ ଦରମା ଟଙ୍କା ଜନସାଧାରଣଙ୍କ ସେବାରେ ଲଗାଇବେ ବୋଲି ଘୋଷଣା କରିଛନ୍ତି | ନିଜ ସୋସିଆଲ ମିଡ଼ିଆ ଏକାଉଣ୍ଟରେ ଜନସାଧାରଣଙ୍କ ସେବାରେ ଏହି ଟଙ୍କା ଲଗାଯିବ ବୋଲି ସୂଚନା ଦେଇଛନ୍ତି ।