ସୁନ୍ଦରଗଡ ସହର: ବୀରମିତ୍ରପୁର ଥାନା କୁମ ଝରିଆ ପଞ୍ଚାୟତ ପରିସରରେ ବୀରମିତ୍ରପୁର ପୋଲିସର ଆମ ପୋଲିସ ବୈଠକ ଅନୁଷ୍ଠିତ
ଆଜି ସେପ୍ଟେମ୍ୱର 14 ତାରିଖ ଅପରାହ୍ନ 1 ପାଖାପାଖି ସମୟରେ ବୀରମିତ୍ରପୁର ପୋଲିସର ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସୀମା ସୁରକ୍ଷାକୁ ପ୍ରାଧାନ୍ୟ ଦେବା ସହ ନାରୀ ଓ ଶିଶୁ ସୁରକ୍ଷା ଓ ନିରାପତ୍ତା ଏବଂ ବରିଷ୍ଟ ନାଗରିକଙ୍କ ନିରାପତ୍ତା ନେଇ ଏହି ବୈଠକର ବିଷଦ ଆଲୋଚନା ହୋଇଥିଲା। ପୋଲିସ ଓ ପବ୍ଲିକ ପାଇଁ ଏହି ବୈଠକ ଏକ ସେତୁ ପରି କାମ କରିବ ବୋଲି ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ କହିଛନ୍ତି। ଲୋକେ ପୋଲିସକୁ ନିଜର ବନ୍ଧୁ ଭଳି ଯେବେ ଭାବିବେ ସେବେ ସମାଜରେ ଦେଖାଦେଇଥିବା ବା ଘଟୁଥିବା ଅପରାଧ ଆପଣା ଛାଏଁ ନିୟନ୍ତ୍ରଣ ହେବ। ତେବେ ଆଜିର ଏହି ବୈଠକରେ ବୀରମିତ୍ରପୁର ପୋଲିସ ଆଶାନୁରୂପ ସଫଳ