ଆସିକା: ଚନ୍ଦ୍ରମାଦେଇପୁର ଗ୍ରାମର ଗୋଟିଏ ବନ୍ଦ ଘରୁ ଜଣେ ବ୍ୟକ୍ତି ଙ୍କ ଝୁଲନ୍ତା ମୃତଦେହ ଉଧାର,ଆସିକା ଶବ ବ୍ୟବଛେଦ ଗୃହରେ ହେଲା ବ୍ୟବଛେଦ
Asika, Ganjam | Nov 9, 2025 ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଧିନ ହାତୀଓଟ ପଞ୍ଚାୟତ ଚନ୍ଦ୍ରମାଦେଇପୁର ଗ୍ରାମର ଗୋଟିଏ ବନ୍ଦ ଘର ଭିତରୁ ଜଣେ ବ୍ୟକ୍ତି ଙ୍କ ଝୁଲନ୍ତା ମୃତଦେହ ଉଧାର ହୋଇଛି l ମୃତ ବ୍ୟକ୍ତି ସେହି ଗ୍ରାମର ପ୍ରତିଶ ରୋଶନ ନନ୍ଦ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ପାରିବାରିକ ଆସନ୍ତି କୁ କେନ୍ଦ୍ରକରି ପ୍ରତିଶ ନିଜ ଘରେ କେହି ନଥିବା ବେଳେ ବେକରେ ରାଶି ଲଗାଇ ଝୁଲି ପଡୁଥିଲେ l ପରିବାର ଲୋକେ ପ୍ରତିଶ ଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l