ଆଜି ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ବିଜେୱାଇଏମ ଓଡ଼ିଶା ରାଜ୍ୟ ସଭାପତି ଅଭିଳାଶ ପଣ୍ଡା ସମ୍ବଲପୁର ଗସ୍ତ କରିଥିଲେ l ଏହି ଅବସରରେ ଅଭିଳାଶ ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ଵରୀ ମନ୍ଦିକୁ ଆସି ମାଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଥିଲେ l ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ତାଙ୍କୁ ସମଲେଶ୍ୱରୀ ମନ୍ଦିର ରେ ଜୋରଦାର ସ୍ୱାଗତ କରାଯାଇଥିଲା l ଏହି ଅବସରରେ ଅଭିଳାଶ ବିଜେପି ଯୁବ ମୋର୍ଚ୍ଚା ର କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ l ସାଙ୍ଗଠନିକ ଦୃଷ୍ଟି କୋଣରୁ ବିଜେପି କୁ ଆଉ ମଜବୁଦ କରିବାକୁ ହେଲେ ଅଧିକ ରୁ ଅଧିକ ଯୁବ ଶକ୍ତି ମାନଙ୍କୁ ଯୋଡିବାକୁ କହିଥିଲେ l