ବୌଦ୍ଧ ସଦର: ଜିଆଁକଟା ବାଣ ବିସ୍ଫୋରଣରେ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲେ ତହସିଲଦାର
ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲା ପୁରୁଣାକଟକ ନିକଟ ଜିଆଁକଟା ଠାରେ ଘଟିଥିବା ବିସ୍ଫୋରଣ ଘଟଣାରେ ମୃତକ ଲକ୍ଷ୍ମୀଧର ବେହେରାଙ୍କ ପରିବାରକୁ 4 ଲକ୍ଷ ଟଙ୍କାର ସହାୟତା ଚେକ୍ ପ୍ରଦାନ କରିଛନ୍ତି ହରଭଙ୍ଗା ତହସିଲଦାର ବଳଦେବ ବେହେରା l ଉକ୍ତ ଦୁଃଖଦ ଘଟଣା ଘଟିବା ପରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ₹୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଥିଲେ |