ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ଗ୍ରାମରେ ଶୁକ୍ରବାର ଅପରାହ୍ନ ଚାରିଟାରେ ଚଢ଼ାଉକରି ଗଛିତ କରି ରଖାଯାଇଥିବା ବିପୁଳ ପରିମାଣର ଅଫୁଟାବାଣ ଜବତକଲେ ବେତନଟୀ ଏସଡ଼ିପିଓ ମିନତୀ ବିଶ୍ୱାଳ l ସୂଚନା ମୁତାବକ ପୁରୁଣିଆ ଗ୍ରାମରେ ବେଆଇନ ବାଣ ତିଆରି କାରଖାନା ଚାଲିଥିବାର ଖବରପାଇ ବେତନଟୀ ଏସଡ଼ିପିଓ ମିନତୀ ବିଶ୍ୱାଳ ସଦଳବଳେ ଚଢ଼ାଉକରିଥିଲେ l ଚଢ଼ାଉ ସମୟରେ ପୁରୁଣିଆର ବୈଦ୍ୟନାଥ ଧଳଙ୍କ ପରିତ୍ୟକ୍ତ ଘରୁ ଅଫୁଟାବାଣ ଜବତ କରିଥିଲେ l