ନୂଆପଡା: ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ୨,୪୮,୨୫୬ ମତଦାତା, ମୁଖ୍ୟ ନିର୍ବାଚନ କମିଶନଙ୍କ ସୂଚନା
ମୁଖ୍ୟ ନିର୍ବାଚନ କମିଶନଙ୍କ ଦ୍ବାରା ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ନେଇ ମତଦାତା ତାଲିକା ପ୍ରକାଶ ପାଇଛି। ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ମୋଟ ୨,୪୮,୨୫୬ ଜଣ ମତଦାତା ରହିଥିବା ବେଳେ ସେଥମଧ୍ୟରୁ ୧,୨୨,୧୦୩ ପୁରୁଷ ଭୋଟର ଏବଂ ୧,୨୬,୧୩୨ ମହିଳା ଭୋଟର ରହିଛନ୍ତି। ୨୧ ଜଣ ତୃତୀୟ ଲିଙ୍ଗ ଭୋଟର ଥିବା ବେଳେ ୨୦୦୭ ବରିଷ୍ଠ ନାଗରିକ, ୬୦୦୩ ଯୁବ ମତଦାତା ଓ ୪୦୦୦ ଜଣ ଦିବ୍ୟାଙ୍ଗ ଭିନ୍ନକ୍ଷମ ମତଦାତା ରହିଥିବା ନେଇ ଆଜି ୨ ଟାରେ ମୁଖ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି।