ମୋରଡା ନିର୍ବାଚନମଣ୍ଡଳୀ ତଥା ରାସଗୋବିନ୍ଦପୁର ଥାନା ଅଧୀନ ବଡାମପୁର ସେକ୍ସନ ଇଲାକାରୁ ବିପୁଳ ପରିମାଣର ଜାଳେଣିକାଠ ଜବତକରି ଶନିବାର ଅପରାହ୍ନ ଚାରିଟାରେ ମାମଲା ରୁଜୁକଲା ବନବିଭାଗ l ବଡାମପୁର ଠାରେ ରାସ୍ତା ପାର୍ଶ୍ଵରେ ବିପୁଳ ପରିମାଣର ଆକାଶିଆ ଜାଳେଣିକାଠ ଚାଲାଣ ପାଇଁ ଗଛିତ ରଖାଯାଇଥିବା ବେଳେ ଖବରପାଇ ବଡାମପୁର ସେକ୍ସନ କାର୍ଯ୍ୟାଳୟ ପକ୍ଷରୁ ଚଢାଉ କରାଯାଇ ଦୁଇଗାଡି ଜାଳେଣିକାଠ ଜବତ କରିବା ସହିତ ମାମଲା ରୁଜୁ କରିଛି l