ବଡସାହି: ବଡାମପୁର ଠାରେ ଏକ ପେଡ ମା'କେ ନାମ ଅଭିଯାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର
ବେତନଟୀ ରେଞ୍ଜ ଅଧୀନ ବଡାମପୁର ଠାରେ ଆୟୋଜିତ ଏକପେଡ ମା କେ ନାମ ଅଭିଯାନ ଆନ୍ତର୍ଗତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବୁଧବାର ଅପରାହ୍ନ ଚାରିଟାରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମାନ୍ୟବର ଗୃହ ଓ ନଗର ଉନ୍ନୟନମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର l ବେତନଟୀ ରେଞ୍ଜର ମନୁ୍ୱର ଖାଁଙ୍କ ସଂଯୋଜନା ଏବଂ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ଅତିଥିଗଣ ଯୋଗ ଦେଇଥିଲେ l