ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ମହାବିଦ୍ୟାଳୟ ରେ ୬୦ ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ତିନି ଦିନ ଧରି ଆୟୋଜିତ ହେବାକୁ ଥିବା ବେଳେ ଶନିବାର ଏହାର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କଟକ ସେଣ୍ଟ୍ରାଲ ରେଞ୍ଜ ଡିଆଇଜି ସତ୍ୟଜିତ ନାଏକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ବକ୍ତା ଭାବେ GM ବିଶ୍ଵବିଦ୍ୟାଳୟର ପ୍ରଫେସର ଡକ୍ଟର ଅଞ୍ଜଳି ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷିତ ହୋଇ ନିଜର ଲକ୍ଷ୍ୟ ପଥରେ ଆଗେଇ ସମାଜରେ ପ୍ରତିଷ୍ଠିତ ହେବାକୁ ପରାମର୍ଶ ଦେଇଥିଲେ।