ଢେଙ୍କାନାଳ ସଦର: ଦେଓଗାଁ -ହରିପୁର ରାସ୍ତାର ଢୋଲ ପଥର ଠାରେ ପୋଲ ଉପରେ ବର୍ଷା ପାଣି ଚାଲିବା ଯୋଗୁଁ ଯାତାୟାତ ଠପ୍
ଢେଙ୍କାନାଳ ଜିଲ୍ଲା ଦେଓଗାଁ - ହରିପୁର ମଧ୍ୟରେ ଥିବା ଢୋଲ ପଥର ଠାରେ ଆଜି ତା ୪।୧୦ ରିଖ ଅପରାହ୍ନ ୩ ଟା ସମୟରେ ସାମାନ୍ୟ ବର୍ଷାରେ ପୋଲ ଉପରେ ବର୍ଷା ପାଣି ପ୍ରବଳ ସ୍ରୋତରେ ମାଡ଼ି ଆସିବାରୁ ଏହି ରାସ୍ତାରେ ଯାତାୟତ ପ୍ରାୟ ୧ ଘଣ୍ଟା ଠପ୍ ହୋଇଯାଇଥିଲା। ଢୋଲପଥର ଠାରେ ଉଚ୍ଚ ପୋଲ ନିର୍ମାଣ ପାଇଁ ପୂର୍ବତନ ବିଧାୟକ ନବୀନ ନନ୍ଦ ପୂର୍ତ୍ତବିଭାଗ ଉଚ୍ଚ ଅଧିକାରୀଙ୍କ ଦ୍ରୃଷ୍ଠି ଆକର୍ଷଣ କରିଛନ୍ତି।